Difference between revisions 346144 and 353207 on orwiki

{{ଛୋଟ|Cardinal direction}}
[[ଫାଇଲ:Brosen windrose.svg|thumb|300px|right|ଦିଗ ସୂଚକ କମ୍ପାସ]]

ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଏହି ୪ଟି ଦିଗ ଓ ଅଗ୍ନି, ବାୟୁ, ନୈଋତ ଓ ଐଶାନ୍ୟ, ଏହି ୪ଟି ବିଦିକ୍ ବା ଦିକ୍କୋଣ ବା ବିଦିଗ ଏବଂ ଉର୍ଦ୍ଧ୍ ଓ ନିମ୍ନ, ଏରୂପେ ୧୦ଟିକୁ ଦିକ୍ ବା ଦିଗ ବୋଲାଯାଏ । ସୂର୍ଯ୍ୟଙ୍କର ଯେଉଁ ଦିଗରେ ଉଦୟ ହୁଏ ତାହା ପୂର୍ବ ଦିଗ । ପୂର୍ବ ଆଡ଼କୁ ମୁହଁ କରି ଠିଆ ହେଲେ ମନୁଷ୍ୟର ମୁହଁ ପୂର୍ବକୁ, ପିଠି ପଶ୍ଚିମକୁ, ଡାହାଣ (ଦକ୍ଷିଣ) ହାତ ଦକ୍ଷିଣକୁ ଓ ବାମ ହାତ ଉତ୍ତରକୁ ରହେ; ମୁଣ୍ଡ ଉପର ଆଡ଼ ଉର୍ଦ୍ଧ୍ ଓ ଗୋଡ଼ ତଳ ଆଡ଼ ଅଧଃ । ନକ୍ସା ଆଦିର ଉପର ପାଖ ଉତ୍ତର ଦିଗ ଓ ତଳ ପାଖ ଦକ୍ଷିଣ ଦିଗ ଓ ନକ୍ସାକୁ ଚାହିଁବା ଲୋକର ଡାହାଣ ହାତ ପାଖ ନକ୍ସାର ପୂର୍ବ ଦିଗ ଓ ବାମ ହାତ ପାଖ ପଶ୍ଚିମ ଦିଗ ବୋଲି କଳ୍ପିତ ହୁଏ ।

* ଉତ୍ତର ପୂର୍ବ: ଇଶାନ ବା ଐଶାନ୍ୟ କୋଣ
* ଉତ୍ତର ପଶ୍ଚିମ: ବାୟୁ ବା ବାୟବ୍ୟ କୋଣ
* ଦକ୍ଷିଣ ପୂର୍ବ: ଅଗ୍ନିକୋଣ
* ଦକ୍ଷିଣ ପଶ୍ଚିମ: ନୈଋତ କୋଣ
ଜାହାଜିଆମାନେ ଦିଗ ବାରଣ କରିବାକୁ କମ୍ପାସ ବ୍ୟବହାର କରୁଥିଲେ । ଜାହାଜିଆ ଭାଷାରେ ଦିଗ ବିଦିଗମାନଙ୍କର ନାମ ଯଥା- ଉତ୍ତର: ଗାହି, ସୋଇଲ: ଦକ୍ଷିଣ, ଡହରା: ପୁର୍ବ, ପିଛାଡ଼ି: ପଶ୍ଚିମ, ଗାହିମତଲେଇ: ଉତ୍ତର ପୂର୍ବ, ବେଗଣିୟା ପିଛାଡ଼ି: ଉତ୍ତର ପଶ୍ଚିମ, ଦକ୍ଷିଣ ପିଛାଡ଼ି: ଦକ୍ଷିଣ ପଶ୍ଚିମ, ଦକ୍ଷିଣ ଡହରା: ଦକ୍ଷିଣ ପୂର୍ବ, ଘୋଷ: ଉର୍ଦ୍ଧ୍, ଦମନ୍: ତଳ, ଉଜା: ଡାହାଣ ଓ ଡାହୁ: ବାମ

== ପୌରାଣିକ ମତେ ==
[[ପୁରାଣ]] ମତରେ [[ସୂର୍ଯ୍ୟଦେବ]] ଯଜ୍ଞର ଦକ୍ଷିଣା ରୂପେ ଯେଉଁ ଦିଗକୁ ତାଙ୍କ ଗୁରୁ କଶ୍ୟପଙ୍କୁ ପ୍ରଦାନ କରିଥିଲେ, ସେହି ଦିଗଟି ଦକ୍ଷିଣ ଦିଗ ନାମରେ କଥିତ ହେଲା ।

ପୂର୍ବଦିଗର ରକ୍ଷକ ଇନ୍ଦ୍ର, ଦକ୍ଷିଣ-ଯମ, ଉତ୍ତର-[[କୁବେର]], ପଶ୍ଚିମ-ବରୂଣ, ବାୟୁ-ବାୟୁ ବା ମରୁତ, ଐଶାନ୍ୟ-ଇଶାନ ବା ଶିବ, ଅଗ୍ନି-ଅଗ୍ନି, ନୈଋତ-ନୈଋତ, ଉର୍ଦ୍ଧ୍-ବ୍ରହ୍ମା, ଅଧଃ-ଅନନ୍ତ । 

== ଆଧାର ==
{{ଆଧାର}}

{{ମୁଣ୍ଡିଆ}}
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->

[[ଶ୍ରେଣୀ:ଭୂଗୋଳ]]