Difference between revisions 85362 and 85363 on orwiki

{{Copy to Wikiquote}}
==କବୀର ଦୋହା ଗୁଚ୍ଛ ==
ଚକି ଚାଲିବା ଦର୍ଶନ କରି କବୀର କରେ କ୍ରନ୍ଦନ,

ଦୁଇ ପ୍ରସ୍ତର ମଧ୍ୟରେ ସଦା ରହେନି କାହା ଜୀବନ ।୧।

ମନ୍ଦ କିଏ ସେ, ଖୋଜି ଚାଲିଲି, ପାଇଲିନି କେଉଁଠାରେ,

ନିଜ ମନକୁ ଖୋଜି ଦେଖିଲି, ମନ୍ଦ ଲୁଚିଛି ସେଠାରେ ।୨।

କାଲିର କାମ ଆଜି ହିଁ  କର, ଆଜିକାର କାମ ଏବେ,

ପଲକ ମଧ୍ୟେ ପ୍ରଳୟ ହେବ, କର୍ତ୍ତବ୍ୟ କରିବୁ କେବେ ।୩।

ଏପରି ବାକ୍ୟ ସ୍ଫୁରଣ କର, ନାହିଁ ଯହିଁ ଗର୍ବ କାନ୍ତି,

ଶୁଣିଲେ ନିଜ ତନୁ ଶୀତଳ, ଅନ୍ୟକୁ ଦେବ ସେ ଶାନ୍ତି ।୪।

ଧୀରେ ରେ ମନ, ସ୍ଥିରତା ରଖ, ଧୀରେ ସବୁ କଥା ହୁଏ,

ମାଳି ଢାଳେ ଜଳ ଶହେ ଗରା, ଋତୁ ହେଲେ ଫଳ ହୁଏ ।୫।

ଏତିକି ପ୍ରଭୁ ଆମକୁ ଦିଅ, କୁଟୁମ୍ବ ଯଥେଷ୍ଟ ପାଉ,

ଭୋକିଲା କେହି ନିଜେ ନ ରହୁ, ସାଧୁ ଭୋକରେ ନ ଯାଉ ।୬।

ବଡ଼ ଶବ୍ଦଟି ଅର୍ଥ ବିହୀନ, ଯେମିତି ଗଛ ଖଜୁର,

ପାନ୍ଥ ପାଏନି ଛାୟା ଟିକିଏ, ଫଳ ଫଳେ ଅତି ଦୂର ।୭।

ତିଳ ମଧ୍ୟରେ ସଂଯୁକ୍ତ ତେଲ, ଚକମକି ସଙ୍ଗେ ନିଆଁ,

ତୁମ ମଧ୍ୟରେ ଅଛନ୍ତି ପ୍ରଭୁ, ଜାଗି ଉଠି ହୁଅ ଠିଆ ।୮।

କବୀର ଠିଆ ହାଟରେ ହୋଇ ମାଗେ ଶୁଭ ସଭିଙ୍କର,

ତାହାର କେହି ନୁହନ୍ତି ସାଥୀ, କାହା ସାଥେ ନାହିଁ ବୈର ।୯।

ପୋଥୀ ପଢି ପଢି ସଭିଏ ଗଲେ, କେହି ହେଲେ ନାହିଁ ଜ୍ଞାନୀ,

ଅଢେଇ ଅକ୍ଷର ପ୍ରେମର ଭାଷା ଯେ ପଢି ପାରେ ସେ ଜ୍ଞାନୀ ।୧୦।

ଦୁଃଖେ ସ୍ମରଣ କରନ୍ତି ସବୁ, ସୁଖ ବେଳେ କେହି ନାହିଁ,

ସୁଖରେ ସ୍ମରଣ ଯେ କରି ପରେ, ଦୁଃଖ ତାହା ପାଇଁ କାହିଁ  ।୧୧।

==କବୀର ଦୋହା ଗୁଚ୍ଛ ୨==
ମାୟା ତ୍ୟାଗରେ କିଛି ହୁଏନି, ଗୁମାନ ନ ଗଲା ଯାଏ,

ମାନୀ ମୁନି ଋଷି କେତେ ଗଲେଣି, ଗୁମାନ ସଭିଙ୍କୁ ଖାଏ।୧।

ସୁଖରେ ସାଙ୍ଗ ହୁଅନ୍ତି ସ୍ୱ।ର୍ଥୀ, ଦୁଃଖରେ ହୁଅନ୍ତି ଦୂର,

କବୀର କହେ, ପରମାର୍ଥୀ ଯେ, ଦୁଃଖ ସୁଖରେ ହାଜର।୨।

ଲଘୁତା ଅଟେ ସବୁଠୁ ଶ୍ରେଷ୍ଠ, ଲଘୁତାରେ ସିଦ୍ଧି ହୁଏ,

ଆକାଶେ ଯେହ୍ନେ ଦ୍ବିତୀୟା ଜହ୍ନ, ସଭିଙ୍କର ପ୍ରିୟ ହୁଏ ।୩।

କ୍ଷମା ବଢାଏ ବଡ଼ଙ୍କ ଶୋଭା,ଛୋଟ କରନ୍ତି ଉତ୍ପାତ,

ହରିଙ୍କ କିଛି ହେଲାନି କ୍ଷତି, ଖାଇ ଭୃଗୁଙ୍କ ନାତ ।୪।

ଯେମିତି ଖାଦ୍ୟ ତୁମେ ଖାଇବ, ସେମିତି ମାନସ ହେବ,

ଯେମିତି ପାନୀୟ ତୁମେ ପିଇବ, କଥା ସେମିତି କହିବ ।୫।

କବୀର କହେ ମଣିଷ ଅନ୍ଧ, ଗୁରୁଙ୍କୁ ବୁଝନ୍ତି ନାହିଁ,

ହରି ରାଗରୁ ଗୁରୁ ବଞ୍ଚାନ୍ତି, ଗୁରୁ ରାଗେ ମୁକ୍ତି ନାହିଁ ।୬।

ଯେମିତି ଖାଦ୍ୟ ତୁମେ ଖାଇବ, ସେମିତି ମାନସ ହେବ,

ଯେମିତି ପାନୀୟ ତୁମେ ପିଇବ କଥା ସେମିତି କହିବ ।୭।

କବୀର କହେ ମଣିଷ ଅନ୍ଧ, ଗୁରୁଙ୍କୁ ବୁଝନ୍ତି ନାହିଁ,

ହରି ରାଗରୁ ଗୁରୁ ବଞ୍ଚାନ୍ତି, ଗୁରୁ ରାଗେ ମୁକ୍ତି ନାହିଁ  ।୮।

କବୀର ଧୈର୍ଯ୍ୟ ସହିତ ହାତୀ, ସନ୍ତୋଷ ମନରେ ଖାଏ,

ଶ୍ବାନର ଧୈର୍ଯ୍ୟ ସେ ଭଳି ନାହିଁ, ଘର ଘର ବୁଲୁଥାଏ ।୯।

ଘିଅ ଦର୍ଶନ କେବଳ ଭଲ, ତୈଳ ଖିଆ ନୁହେଁ ଭଲ,

ମୂର୍ଖ ସଙ୍ଗତ ନୁହଁଇ ଭଲ, ଗୁଣବାନ ଶତୃ ଭଲ ।୧୦।

ସାଧୁ ଅଟନ୍ତି ଚନ୍ଦନ ସମ, ସର୍ପ ସମୁହ ସଂସାର,

ଦେହେ ଯେତେ ବି ଗୁଡେଇ ହେଲେ, ହୁଏନି ମନ ବିକାର ।୧୧।

==ଆଧାର==
{{ଆଧାର}}
==ବାହାର ଆଧାର==
* http://www.labhlakshmi.com/kabir-a-great-indian-saint/kabir-ke-dohe-1.htm/
* http://allpoetry.com/poem/8526507-Dohas__Couplets__I__with_translation_-by-Kabir/