Revision 119764 of "ଦିଗ" on orwiki{{ଛୋଟ|Cardinal direction}}
[[ଫାଇଲ:Brosen windrose.svg|thumb|300px|right|ଦିଗ ସୂଚକ କମ୍ପାସ]]
ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଏହି ୪ଟି ଦିଗ ଓ ଅଗ୍ନି, ବାୟୁ, ନୈଋତ ଓ ଐଶାନ୍ୟ, ଏହି ୪ଟି ବିଦିକ୍ ବା ଦିକ୍କୋଣ ବା ବିଦିଗ ଏବଂ ଉର୍ଦ୍ଧ୍ଵ ଓ ନିମ୍ନ, ଏରୂପେ ୧୦ଟି କୁ ଦିକ୍ ବା ଦିଗ ବୋଲାଯାଏ । ସୂର୍ଯ୍ୟଙ୍କର ଯେଉଁ ଦିଗରେ ଉଦୟ ହୁଏ ତାହା ପୂର୍ବ ଦିଗ । ପୂର୍ବ ଆଡ଼କୁ ମୁହଁ କରି ଠିଆ ହେଲେ ମନୁଷ୍ୟର ମୁହଁ ପୂର୍ବକୁ, ପିଠି ପଶ୍ଚିମକୁ, ଡାହାଣ (ଦକ୍ଷିଣ) ହାତ ଦକ୍ଷିଣକୁ ଓ ବାମ ହାତ ଉତ୍ତରକୁ ରହେ; ମୁଣ୍ଡ ଉପର ଆଡ଼ ଉର୍ଦ୍ଧ୍ଵ ଓ ଗୋଡ଼ ତଳ ଆଡ଼ ଅଧଃ । ନକ୍ସା ଆଦିର ଉପର ପାଖ ଉତ୍ତର ଦିଗ ଓ ତଳ ପାଖ ଦକ୍ଷିଣ ଦିଗ ଓ ନକ୍ସାକୁ ଚାହିଁବା ଲୋକର ଡାହାଣ ହାତ ପାଖ ନକ୍ସାର ପୂର୍ବ ଦିଗ ଓ ବାମ ହାତ ପାଖ ପଶ୍ଚିମ ଦିଗ ବୋଲି କଳ୍ପିତ ହୁଏ ।
* ଉତ୍ତର ପୂର୍ବ: ଇଶାନ ବା ଐଶାନ୍ୟ କୋଣ
* ଉତ୍ତର ପଶ୍ଚିମ: ବାୟୁ ବା ବାୟବ୍ୟ କୋଣ
* ଦକ୍ଷିଣ ପୂର୍ବ: ଅଗ୍ନିକୋଣ
* ଦକ୍ଷିଣ ପଶ୍ଚିମ: ନୈଋତ କୋଣ
ଜାହାଜିଆମାନେ ଦିଗ ବାରଣ କରିବାକୁ କମ୍ପାସ ବ୍ୟବହାର କରୁଥିଲେ । ଜାହାଜିଆ ଭାଷାରେ ଦିଗ ବିଦିଗମାନଙ୍କର ନାମ ଯଥା- ଉତ୍ତର: ଗାହି, ସୋଇଲ: ଦକ୍ଷିଣ, ଡହରା: ପୁର୍ବ, ପିଛାଡ଼ି: ପଶ୍ଚିମ, ଗାହିମତଲେଇ: ଉତ୍ତର ପୂର୍ବ, ବେଗଣିୟା ପିଛାଡ଼ି: ଉତ୍ତର ପଶ୍ଚିମ, ଦକ୍ଷିଣ ପିଛାଡ଼ି: ଦକ୍ଷିଣ ପଶ୍ଚିମ, ଦକ୍ଷିଣ ଡହରା: ଦକ୍ଷିଣ ପୂର୍ବ, ଘୋଷ: ଉର୍ଦ୍ଧ୍ଵ, ଦମନ୍: ତଳ, ଉଜା: ଡାହାଣ ଓ ଡାହୁ: ବାମ
== ପୌରାଣିକ ମତେ ==
[[ପୁରାଣ]] ମତରେ [[ସୂର୍ଯ୍ୟଦେବ]] ଯଜ୍ଞର ଦକ୍ଷିଣା ରୂପେ ଯେଉଁ ଦିଗକୁ ତାଙ୍କ ଗୁରୁ କଶ୍ୟପଙ୍କୁ ପ୍ରଦାନ କରିଥିଲେ, ସେହି ଦିଗଟି ଦକ୍ଷିଣ ଦିଗ ନାମରେ କଥିତ ହେଲା ।
ପୂର୍ବଦିଗର ରକ୍ଷକ ଇନ୍ଦ୍ର, ଦକ୍ଷିଣ-ଯମ, ଉତ୍ତର-[[କୁବେର]], ପଶ୍ଚିମ-ବରୂଣ, ବାୟୁ-ବାୟୁ ବା ମରୁତ, ଐଶାନ୍ୟ-ଇଶାନ ବା ଶିବ, ଅଗ୍ନି-ଅଗ୍ନି, ନୈଋତ-ନୈଋତ, ଉର୍ଦ୍ଧ୍ଵ-ବ୍ରହ୍ମା, ଅଧଃ-ଅନନ୍ତ ।
== ଆଧାର ==
{{ଆଧାର}}
{{ମୁଣ୍ଡିଆ}}
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ଶ୍ରେଣୀ:ଭୂଗୋଳ]]All content in the above text box is licensed under the Creative Commons Attribution-ShareAlike license Version 4 and was originally sourced from https://or.wikipedia.org/w/index.php?oldid=119764.
![]() ![]() This site is not affiliated with or endorsed in any way by the Wikimedia Foundation or any of its affiliates. In fact, we fucking despise them.
|