Revision 85983 of "ଅଭିମନ୍ୟୁ ସାମନ୍ତସିଂହାର" on orwiki

ଅଭିମନ୍ୟୁ ସାମନ୍ତ ସିଂହାର ଅଷ୍ଟାଦଶ ଶତାବ୍ଦୀର ଜଣେ ଓଡ଼ିଆ କବି । ତରୁଣ ବୟସରେ ସେ ବାଘ ଗୀତ, ଚଢାଇ ଗୀତ ଆଦି ରଚନା କରି ଓଡିଆ ଲୋକ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ରାଧାକୃଷ୍ଣ ପ୍ରେମ ସମ୍ପର୍କରେ ସେ ଅନେକ କାବ୍ୟ ରଚନା କରିଛନ୍ତି । [[ବିଦଗ୍ଧ ଚିନ୍ତାମଣି]] ତାଙ୍କ ଶ୍ରେଷ୍ଠ କୃତି । ଏହା ବ୍ୟତୀତ ସେ ରସବତୀ, ସୁଲକ୍ଷଣା, ପ୍ରେମକଳା, ପ୍ରୀତି ଚିନ୍ତାମଣି, ପ୍ରେମ ତରଙ୍ଗିଣି ପ୍ରଭୃତି କାବ୍ୟ ରଚନା କରିଛନ୍ତି ।


== ଜୀବନୀ ==
ଅଭିମନ୍ୟୁ ସାମନ୍ତସିଂହାର ୧୭୫୭ ଶତକରେ ଯାଜପୁର ନିକଟବର୍ତ୍ତୀ ଗୋଳକୁଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତଙ୍କ ନାମ ଇନ୍ଦ୍ରଜିତ ସାମନ୍ତସିଂହାର, ମାତାଙ୍କ ନାମ ତୁଳସୀ ଓ ପତ୍ନୀଙ୍କ ନାମ ବିମଳା ଦେବୀ । ବୈଷ୍ଣବ କବି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ତାଙ୍କର ଶିକ୍ଷାଗୁରୁ ଥିଲେ ।

== ଆଧାର ==
{{ଆଧାର}}
:ଓଡିଆ ସାହିତ୍ୟର ଇତିହାସ, ମାୟାଧର ମାନସିଂହ, ପ୍ରକାଶକ: ଗ୍ରନ୍ଥ ମନ୍ଦିର । 
:ପ୍ରାଚୀନ ଓଡିଆ କବିତା ସମ୍ଭାର, ସମ୍ପାଦନା: ଯତୀନ୍ଦ୍ର ମୋହନ ମହାନ୍ତି, ପ୍ରକାଶକ: ସୁବର୍ଣ୍ଣରେଖା, ଭୁବନେଶ୍ଵର ।
== ବାହାର ଆଧାର ==
{{ଓଡ଼ିଆ ସାହିତ୍ୟ‎ }}

[[ଶ୍ରେଣୀ:ଓଡ଼ିଆ ଭାଷା]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]
[[ଶ୍ରେଣୀ:୧୭୫୭ଜନ୍ମ]]
[[ଶ୍ରେଣୀ:୧୮୦୬ମୃତ୍ୟୁ]]