Difference between revisions 13423 and 13424 on orwikisource

{{header
 | title      = କଳା କଳେବର ଚଉତିଶା
 | author     = ଭକ୍ତ ଚରଣ ଦାସ
 | translator = 
 | section    = 
 | previous   = 
 | next       =
 | year       = 
 | notes      = 
}}

<poem>
କଳାକଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ,
କରନ୍ତି ମଥୁରା  ବିଜୟେ ଦାଣ୍ଡେ ଦେଖ ସଙ୍ଗାତ |

ଖସି ପଡୁଛି କି ଆକାଶୁ କି ଏ ଗଙ୍ଗା ଯମୁନା,
କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୂତନା |

ଗହନ କାନନ ବନରେ ଘୋର ବରଷା କାଳ,
ଗିରି ବାମ କରେ ଧଇଲେ ନନ୍ଦ ଯଶୋଦାବାଳ |
(contracted; show full)
ହେଲେ ହେବୁ ପଛେ କୁଳଟା ହାର କରିବୁ ଗଳେ,
ହସୁଥିବୁ ତାର ସଙ୍ଗତେ ବସିଥିବୁ ଗୋ କୋଳେ |

ଛାଡି ଲଜ୍ଜାଭୟ ତା ରୂପ ଦରପଣେ ମାଜିବା,
ଛାର ଭକ୍ତ ଦାସ କହେ ତା ଧ୍ୟାୟୀ ରଜନୀ ଦିବା |

</poem> </center>