Difference between revisions 20863 and 20864 on orwikisource

{{infobox
| ନାମ = ଦ ଇଣ୍ଟେଲେକ୍ଟସ୍
| ଲୋଗୋ ବା ପ୍ରତିକ ଚିହ୍ନ = [[File:The Intellect.jpg]]
| ସ୍ଥାପିତ ଦିବସ = ୨୦୧୨
| ସଂସ୍ଥାପକ = ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ରାଉତ
| ସ୍ଥାନ = 
| ସେବାକୃତ କ୍ଷେତ୍ର = [[ଦିଲ୍ଲୀ]] [[ଓଡ଼ିଶା]]
| କେନ୍ଦ୍ରିତ = ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ପିଲାଙ୍କୁ ମାତୃଭାଷା ଶିକ୍ଷାଦେବା ଏବଂ ଓଡ଼ିଶା ଓ ଓଡ଼ିଆଙ୍କ ବିକାଶ
| ଆଦର୍ଶ ବାକ୍ୟ = ଆସ ଶିଖିବା ଆମରି ଭାଷା
|ୱେବସାଇଟ = [http://]
}}

'''ଦ ଇଣ୍ଟେଲେକ୍ଟସ୍''' ଗୋଟିଏ ସଂଗଠନ ଯାହା ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ପିଲାଙ୍କୁ ମାତୃଭାଷା ଶିକ୍ଷାଦେବା ଉପଲକ୍ଷେ କରାଯାଇଛି । ଏହା ଓଡ଼ିଶା ବାହାରେ ରହୁଥିବା ଓଡ଼ିଆଙ୍କୁ ନିଜ ଭାଷା, ସଂସ୍କୃତି ଏବଂ ରାଜ୍ୟ ସହିତ ଜଡ଼ିତ ରଖିବାପାଇଁ ଓଡ଼ିଶାରେ ପାଳିତ ହେଉଥିବା ମୂଖ୍ୟ କିଛି ପର୍ବପର୍ବାଣୀ ଗୁଡ଼ିକ ଭାରତର ରାଜଧାନୀ ଦିଲ୍ଲୀରେ ପାଳନ କରେ । ଏହାର ମୁଖ୍ୟ କାର୍ଯ୍ୟ ଗୁଡ଼ିକ ହେଲା ଆସ ଶିଖିବା ଆମରି ଭାଷା, ସ୍ୱପ୍ନର ଓଡ଼ିଶା, ଆମରି ଭାଷା ପଥେ, ମହକ ମୋ ମାଟିର ଇତ୍ୟାଦି  ।

==ଇତିହାସ==

୨୦୧୨ ମସିହା ଅକ୍ଟୋବର, ଉତ୍କଳ ଦିବସରେ ଦିଲ୍ଲୀରେ ରହୁଥିବା କିଛି ଓଡ଼ିଆମାନେ ନିଜ ପିଲାଙ୍କୁ ମାତୃଭାଷା ଶିକ୍ଷା ଦେବା ପାଇଁ ଆଲୋଚନା କରିଥିଲେ ।  ଏଥିରୁ ଆରମ୍ଭ ହେଇଥିଲା ସଂଗଠନ ଦ ଇଣ୍ଟେଲେକ୍ଟ ।  ଏହାର ପ୍ରଥମ କାର୍ଯ୍ଯ ଥିଲା ଆସ ଶିକ୍ଷିବା ଆମରି ଭାଷା । ସେହି ଦିନଠାରୁ ପ୍ରତି ରବିବାର ଦିନ ଦୁଇଘଣ୍ଟା ୧୦-୧୨ ମାଗଣାରେ ଓଡ଼ିଆ ପିଲାଙ୍କୁ ଏକତ୍ରିତ କରି ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଓଡ଼ିଆ ଭାଷା ଶିକ୍ଷା ଦିଆଯାଉଛି ।

==ବିଷୟ ସୂଚୀ==

==ନାମକରଣ==

==ଦୃଷ୍ଟିକୋଣ==

ଓଡ଼ିଶାର ବାହାରେ ରହୁଥିବା ଓଡ଼ିଆ ପିଲାଙ୍କୁ ମାତୃଭାଷା ଶିକ୍ଷାଦେବା
ଓଡ଼ିଶାର ବାହାରେ ରହୁଥିବା ଓଡ଼ିଆଙ୍କୁ ଓଡ଼ିଶାର ମହକ ଦେବା
ଓଡ଼ିଶାର ସଂସ୍କୃତିକୁ ଓଡ଼ିଶା ବାହାରେ ପ୍ରଚାର ଓ ପ୍ରସାର କରିବା
ଓଡ଼ିଶାର ବିକାଶପାଇଁ କାର୍ଯ୍ୟ କରିବା

==ଯୋଜନା==

ଆସ ଶିଖିବା ଆମରି ଭାଷା :  ଓଡ଼ିଆ ପିଲାଙ୍କୁ ଓଡ଼ିଆ ଭାଷା ଲେଖିବା ଓ ପଢ଼ିବା ଶିକ୍ଷାଦେବା 

ସ୍ୱପ୍ନର ଓଡ଼ିଶା : ପ୍ରତିବର୍ଷ ଓଡ଼ିଶାର ସ୍କୁଲ ଓ କଲେଜ ପିଲାଙ୍କ ମଧ୍ୟରେ ତାଙ୍କ ସ୍ୱପ୍ନରେ ଓଡ଼ିଶା କେମିତି ହେବା ଦରକାର ତାହାରି ଉପରେ ପ୍ରତିଯୋଗିତା କରାଯାଏ ।  
 
ଆମରି ଭାଷା ପଥେ :  ଓଡ଼ିଆ ୨୦୧୪ ଫେବୃଆରୀ ମାସରେ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ କରିଥିଲା । ଆଜକୁ ତିନି ବର୍ଷ ହେଲା ପ୍ରତିବର୍ଷ ଫେବୃଆରୀ ମାସ ୨୦ ତାରିଖରେ ଆମରି ଭାଷା ପଥେ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଦିବସ ପାଳନ କରାଯାଉଛି ।  
 
ମହକ ମୋ ମାଟିର :  ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିବର୍ଷ ଦିଲ୍ଲୀ ଓ ଦିଲ୍ଲୀ ଆଖପାଖରେ ରହୁଥିବା ଓଡ଼ିଆଙ୍କୁ ଏକତ୍ରିତ କରି ରଜପର୍ବ ପାଳନ କରାଯାଉଛି ।  ଏଥିରେ ଓଡ଼ିଆ ଖାଦ୍ୟ, ପାନଭଙ୍ଗା, ଝୋଟି, ଇତ୍ୟାଦି ପ୍ରତିଯୋଗିତା କରାଯାଏ ଏବଂ ପୁରଷ୍କୃତ କରାଯାଏ ।  ଏହା ଛଡ଼ା ଆସ ଶିଖିବା ଆମରି ଭାଷାର ଛାତ୍ର ଛାତ୍ରି ମାନଙ୍କୁ ଓଡ଼ିଶାର ଭାଷା ସଂସ୍କୃତି ବିଷୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥାଏ ।   

==ଆଧାର==