Difference between revisions 25340 and 25342 on orwikisource⏎
⏎
*ଝରକା ସେପଟ ଦେଇ ଉଡିଗଲେ ମେଘ*
smruti ranjan panigrahi
ଝରକା ସେପଟ ଦେଇ ଉଡିଗଲେ ମେଘ
ଆମେ ସବୁ ଧରିନେଲୁ
କେହି ଜଣେ ଆଙ୍କିଥିଲା
ମାଟିର ଚିତ୍ରକର; ସରଗର ରୂପକାର
ଫୁଲ୍ ସ୍କେପ୍ କାଗଜରେ ଧଳା କଳା ବାଘ।
ସେଇମାନେ ଉଡିଗଲେ
ପବନର ସମ୍ମୋହନେ
ପାଇଗଲେ ଆକାଶ ର ଚରମ ଦିଗନ୍ତ;
ଭୁଲିଗଲେ ଚିତ୍ରକର
କେହି ଜଣେ ଆଂକିଥିଲା
ରୂପାନ୍ୱିର କରିଥିଲା;ହେଇଥିଲା ଶ୍ରାନ୍ତ....
ଆମେ ବି ଏ ଚିତ୍ର ଗଢୁ
ସ୍ୱପ୍ନ ର ସୋପାନ ଚଢୁ
ଆଖିତଳେ ଲହୁ ଜାକି; ଓଠ ତଳେ ଲହୁ ଚାଖୁ
ଆମେ ବି ସେ ରୂପକାର ପରି ହଜୁ
କଳ୍ପନାର ମାଳୟ ସାଗରେ...
ଯେବେ ଡେଣା ଲାଗିଯାଏ
ସ୍ୱପ୍ନ ସବୁ ଉଡିଯାଏ
ପଡି ରହେ କିଛି ସ୍ମୃତି କବିତା ଖାତାରେ.....ଭିନ୍ନ ଯୁଗୀୟ କବି....ଆଧୁନିକତା ବାରି ହେରପଡେ ପ୍ରତ୍ୟେକ କବିତାରେ
This site is not affiliated with or endorsed in any way by the Wikimedia Foundation or any of its affiliates. In fact, we fucking despise them.
|