Difference between revisions 25346 and 32681 on orwikisource{{ଲିଭାନ୍ତୁ|1=ଏଠାରେ ରହିବାଯୋଗ୍ୟ ନୁହେଁ}}
ଝରକା ସେପଟ ଦେଇ ଉଡିଗଲେ ମେଘ
[[smruti ranjan panigrahi]]
ଝରକା ସେପଟ ଦେଇ ଉଡିଗଲେ ମେଘ
ଆମେ ସବୁ ଧରିନେଲୁ
କେହି ଜଣେ ଆଙ୍କିଥିଲା
ମାଟିର ଚିତ୍ରକର; ସରଗର ରୂପକାର
ଫୁଲ୍ ସ୍କେପ୍ କାଗଜରେ ଧଳା କଳା ବାଘ।
ଆଜି ସବୁ ଉଡିଗଲେ
ପବନର ସମ୍ମୋହନେ
ପାଇଗଲେ ଆକାଶ ର ଚରମ ଦିଗନ୍ତ;
ଭୁଲିଗଲେ ଚିତ୍ରକର
କେହି ଜଣେ ଆଂକିଥିଲା
ରୂପାନ୍ୱିର କରିଥିଲା;ହେଇଥିଲା ଶ୍ରାନ୍ତ....
ଆମେ ବି ଏ ଚିତ୍ର ଗଢୁ
ସ୍ୱପ୍ନ ର ସୋପାନ ଚଢୁ
ଆଖିତଳେ ଲହୁ ଜାକି; ଓଠ ତଳେ ଲହୁ ଚାଖୁ
ଆମେ ବି ସେ ରୂପକାର ପରି ହଜୁ
କଳ୍ପନାର ମାଳୟ ସାଗରେ...
ଯେବେ ଡେଣା ଲାଗିଯାଏ
ସ୍ୱପ୍ନ ସବୁ ଉଡିଯାଏ
ପଡି ରହେ କିଛି ସ୍ମୃତି କବିତା ଖାତାରେ.....
This site is not affiliated with or endorsed in any way by the Wikimedia Foundation or any of its affiliates. In fact, we fucking despise them.
|