Revision 10080 of "ଶ୍ରେଣୀ:ଶ୍ରେଣୀ:ଫକୀର ମୋହନ ସେନାପତି ରଚନାବଳୀ" on orwikisource

ହାସ ମାଡ଼େ, ମୁଣ୍ଡ ତଳକୁ ପୋତି ଦେଇ ଦୁଇ ଓଠ ବୁଜି ହସ ଲୁଚାଏ। ଏଣିକି ବାସୁ ପଢାଇ ଦେଲେ କେତେବେଳେ ତୁନି ତୁନି ପଢ଼େ, କେତେବେଳେ ଖାଲି ହୁଁ ହୁଁ କାରେ, ପଢା ସରିଲେ ପାଟି ବୁଜି ଘରକୁ ପଳାଏ। ପ୍ରତିଦିନ ସଂଜ ବେଳେ ଦାଣ୍ଡଦୁଆର କବାଟକୁ ଧରି କାହାକୁ ଚାହିଁଥାଏ, ବାସୁ ଆସିଲେ ଘରକୁ ପଳାଏ, ପାଞ୍ଛ ଡାକରେ ବାହାରେ ନାହିଁ। ଏଣିକି ରେବତୀ ଦାଣ୍ଡକୁ କେବେ ବାହାରିଲେ ବୁଢୀ ଖପା ହୁଏ।
ଦେଖୁ ଦେଖୁ ପାଞ୍ଛମି ରୁ ଦୁଇ ବରଷ ହୋଇ ଗାଲାଣି। ବିଧାତାଙ୍କ ବିଧାନ, କାହାର ଦିନ ସାମାନଭାବେ ଜିବନାହିଁ। ଫଗୁଣ ମାସିଆ ଦିନ, କାହିଁ କିଛି ନାହିଁ, ଅଚାନକ କାହୁଁ ବାଡି ଆସିଲା—ସକାଳେ ଗ୍ରାମରେ ସୁଣାଗଲା, ଗୁମାସ୍ତା ଶ୍ୟାମବନ୍ଧୁ ମହାନ୍ତି ବାଡି ଧରିଛି। ମଫସଲ ଗାଁରେ ବାଡି ପଡିଲେ ତାଟି କବାଟ ପଡିଯାଏ। ଶେଠି ଧୋବା ଜଣେ ଜଣିବା ସୁଣିବା ଲୋକ, ତା ଦେହକରେ ପଚାଷ କି ଷାଠିଏ ପାର କାଲାଣି। କାଲି ହେଲେ ଯିବାକୁ ହେବ, ଲୁଗାପଟା ମଧ୍ୟ ମିଳିବାର ଭରଷା। ଗାମୁଛାଟାଏ ।