Revision 12842 of "ଛୋଟ ମୋର ଗାଁଟି" on orwikisource

{{delete|1=ସଚ୍ଚି ରାଉତରାୟଙ୍କ ଦେହାନ୍ତ ୨୦୦୪ରେ ହୋଇଥିବାରୁ ତାଙ୍କ ଲେଖାସବୁରେ କପିରାଇଟ ରହିଛି । ତେଣୁ ଏଠାରେ ତାଙ୍କ ଲେଖାସବୁ ରଖାଯାଇପାରିବ ନାହିଁ ।}}
'''== ଛୋଟ ମୋର ଗାଁଟି =='''

''ପ୍ରଖ୍ୟାତ କବି '''ସଚ୍ଚି ରାଉତରାୟ''' ଙ୍କର ଏକ ଅନବଦ୍ୟ ଏବଂ ଅଭୁଲା କୃତି।''

ଛୋଟ ମୋର ଗାଁଟି। (୨)

ଭୂଗୋଳ ପୋଥି ପତରେ ପଛେ

ନ ଥାଉ ତାର ନାଁ ଟି

ଛୋଟ ମୋର ଗାଁଟି


ମାଟିର ସେଇ ସରଗ ମୋର

ସେଇଠି ଅଛି ମୋ ଷଠି ଘର

ଜଳିବ ପୁଣି ସେଇଠି ଶେଷେ (୨)

ମୋହରି ଚିତା ନିଆଁଟି

ଛୋଟ ମୋର ଗାଁଟି


ଜନମି ତା'ର ଏନ୍ତୁଡିଶାଳେ

ବୁଲିଛି କେତେ ତା ତୋଟାମାଳେ

ପାଞ୍ଚଟି ମୋର ପଞ୍ଜରା କାଠି

ସେଇଠି ହବ ଡାହାଟି ।

ଛୋଟ ମୋର ଗାଁଟି


ଝରଣା ତା’ର କଲା ଯେ କବି

ନୟନେ ଦେଲା ରୂପର ଛବି

ବୁହାଇ ଦେଲା ସପନ ଢେଉ

ପଥର ବୁକେ ନିହାତି ।

ଛୋଟ ମୋର ଗାଁଟି


ତାହାରି ଲତା ତାହାରି ବଣ

ତା ଗାଈଗୋଠ ମୁରଲୀ ସ୍ୱନ (୨)

ଫସଲ କଟା ମଧୁର ଗାନ (୨)

ସକଳ ମୋର ସାହାଟି

ଛୋଟ ମୋର ଗାଁଟି


ଏ ସବୁ କଥା ଛବିଟି ପରି

ଅବା ସେ ମନେ ଉଠଇ ଝରି

ଇଚ୍ଛା ହୁଏ ମାଟିରେ ତାର (୨)

ଶୀରଟି ଥରେ ନୁଆଁନ୍ତି

ଛୋଟ ମୋର ଗାଁଟି (୨)


ଭୂଗୋଳ ପୋଥି ପତରେ ପଛେ (୨)

ନ ଥାଉ ତାର ନାଁ ଟି

ଛୋଟ ମୋର ଗାଁଟି (୪)