Difference between revisions 7037 and 7043 on orwiktionary

ଓଡ଼ିଆ ଭାଷା ଓ ସାହିତ୍ୟ ଆକାଶରେ ଏକ ଅଲିଭା ତାରା ସଦୃସ  ,ଫକିର ମୋହନ ସେନାପତି ତାଙ୍କର ଗଲ୍ପ, ଉପନ୍ୟାସ,କବିତା, ଓ ଅନେକ ରଚନା ଜରିଆରେ ଓଡ଼ିଆ ଭାଷାକୁ ନୁଆ ପରିଚୟ ଦେଇଥିଲେ !!!.ଓଡ଼ିଶା ର ଦପ୍ତର ଓ ସ୍କୁଲ୍  ଇତ୍ୟାଦି ରେ ବଙ୍ଗ ଭାଷା ର ପ୍ରଚଳନ କୁ  ରୋକିବା ଓ    ଓଡ଼ିଆ ଭାଷାର  ପରିଚୟ କୁ ବଜାୟ ରଖିବାରେ ତାଙ୍କର  ଉଦ୍ୟମ ଅନନ୍ୟ. ଏହି ମହାତ୍ମାଙ୍କର ଜନ୍ମ ବାଲେଶ୍ଵର ଜିଲ୍ଲା  ମଲ୍ଲିକାଶପୁର ରେ ୧୩ ଜାନୁଆରି  ୧୮୪୩ ମସିହା ରେ ହୋଇଥିଲା.ମାତା ତୁଳସି ଦେବୀ  ଓ ପିତା ଲଖ୍ମ୍ନଣ ଚରଣ ସେନାପତି. ପିଲା ଦିନ ର ନାମ ଥିଲା ବ୍ରଜ ମୋହନ. ବୟସ ମାତ୍ର ୧ ବର୍ଷ  ୫ ମାସ , ପିତାଙ୍କର ଦେହାନ୍ତ ହୁଏ. ଠିକ୍  ୧୪ ମାସ ପରେ ମାତ୍ରୁ  ସ୍ନେହରୁ ମଧ୍ୟ ବଂଚିତ ହୁଅନ୍ତି ସେ. ବୁଢ଼ିମା, କୋଚିଳା  ଦେବୀଙ୍କ ସ୍ନେହ ରେ ଲାଳିତ ପାଳିତ  ହୁଅନ୍ତି ସେ. ବାଲ୍ୟାବସ୍ଥା ରେ ସେ ବହୁତ ରୁଗ୍ନ ଥିଲେ. ସେଥିପାଇଁ  ତାଙ୍କ ବୁଢ଼ିମା ସର୍ବଦା ତାଙ୍କୁ ଫକିର ମାନଙ୍କ ପାଖକୁ  ନେଇଜଉଥିଲେ. ସେହି ଫକିର ମାନଙ୍କୁ  ଉତ୍ସର୍ଗ କରି  ତାଙ୍କ ନାମ ଫକିର ମୋହନ ରଖିଥିଲେ.
          



ଫକିର ମୋହନଙ୍କର ପାଠାଶାଳା  ଶିକ୍ଷ୍ୟା ଆରମ୍ଭ ହୁଏ ୯ ବର୍ଷ   ବୟସ ରେ. ଅର୍ଥାଭାବ ରୁ ଚାଟଶାଳୀ  ଶିକ୍ଷ୍ୟା ପରେ  ତାଙ୍କର ଶିକ୍ଷ୍ୟାରେ ବ୍ୟାଘାତ ହୁଏ.ସେତେବେଳେ ବାଲେଶ୍ଵର ବନ୍ଦର ଓଡ଼ିଶା ଓ ଓଡ଼ିଶା ବାହରେ ଇୟୁରୋପ୍ ରେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲା.  ବାଲେଶ୍ଵର ବନ୍ଦରରେ ସେ ପ୍ରଥମେ କାମ କରିବା ଆରମ୍ଭ କରନ୍ତି.  ବାଲେଶ୍ଵର ବନ୍ଦର ବନ୍ଦ ହେବା ପରେ  କିଛି ଦିନ ପାଇଁ  "ନିମକ ମହଲ" ରେ ନିଯୁକ୍ତି  ପାଆନ୍ତି.  ତାପରେ  ବାରବାଟୀ  ସ୍କୁଲ୍ ରେ  ପାଠ ପଢା  ଆରମ୍ଭ କରନ୍ତି ଓ ସେଠାରେ  ପ୍ରଥମ ଶ୍ରେଣି ରେ  ଉତ୍ତୀର୍ଣ  ହୁଅନ୍ତି. ଅର୍ଥାଭାବରୁ ପୁଣି ଥରେ ଶିକ୍ଷ୍ୟା ବାଧା ପ୍ରାପ୍ତ ହୁଏ. ବାଲେଶ୍ଵର ଜିଲ୍ଲା ସ୍କ(contracted; show full)ot; ନାମକ ଏକ ଉପନ୍ୟାସ ମାତ୍ର ୨ ଦିନ ମଧ୍ୟରେ ଲେଖନ୍ତି.  ୧୮୯୪ ରେ ତାଙ୍କ ଦ୍ୟିତିୟ ପତ୍ନି  କୃଷ୍ଣା କୁମାରୀ ଙ୍କ ମୃତ୍ୟୁ ପରେ  "ଉପହାର" ନାମକ ଉପନ୍ୟାସ ଲେଖନ୍ତି. ୧୮୯୫ ରେ "ପୁସ୍ପମାଳା"  ଏକ ଅନନ୍ୟ ଉପନ୍ୟାସ ରଚନା. ତାଙ୍କ ରଚିତ ଉପନ୍ୟାସ ମଧ୍ୟରେ " ଛଅ ମାଣ ଆଠ ଗୁଣ୍ଠ" ," ମାମୁଁ ",  "ଲଛମା", "ପ୍ରାୟଶ୍ଚିତ" , " ପୁନ ମୁସିକ ଭବ"  ଅନ୍ୟତମ. ଅବସର ପରେ କଟକ ସ୍ଥିତ ବାସ ଭବନ ରେ ସେ କିଛି କାବ୍ୟ ମାଳା ମଧ୍ୟ ରଚନା କରି ଥିଲେ, ଯାହା  ମଧ୍ୟରେ  "ବୌଧ ଅବତାର",  "ପୁଜା ଫୁଲ", "ଧୁଳି" ଅନ୍ୟତମ.