Revision 152335 of "ଫକିର୍ ମୋହନ୍ ସେନାପତି" on orwiktionary{{delete|1=ଏଇଟି ଗୋଟେ ଶବ୍ଦ ନୁହେଁ ।}}
[[ଶବ୍ଦାର୍ଥ]]:
ଓଡ଼ିଆ ଭାଷା ଓ ସାହିତ୍ୟ ଆକାଶରେ ଏକ ଅଲିଭା ତାରା ସଦୃସ ,ଫକିର ମୋହନ ସେନାପତି ତାଙ୍କର ଗଲ୍ପ, ଉପନ୍ୟାସ,କବିତା, ଓ ଅନେକ ରଚନା ଜରିଆରେ ଓଡ଼ିଆ ଭାଷାକୁ ନୁଆ ପରିଚୟ ଦେଇଥିଲେ !!!.ଓଡ଼ିଶା ର ଦପ୍ତର ଓ ସ୍କୁଲ୍ ଇତ୍ୟାଦି ରେ ବଙ୍ଗ ଭାଷା ର ପ୍ରଚଳନ କୁ ରୋକିବା ଓ ଓଡ଼ିଆ ଭାଷାର ପରିଚୟ କୁ ବଜାୟ ରଖିବାରେ ତାଙ୍କର ଉଦ୍ୟମ ଅନନ୍ୟ. ଏହି ମହାତ୍ମାଙ୍କର ଜନ୍ମ ବାଲେଶ୍ଵର ଜିଲ୍ଲା ମଲ୍ଲିକାଶପୁର ରେ ୧୩ ଜାନୁଆରି ୧୮୪୩ ମସିହା ରେ ହୋଇଥିଲା.ମାତା ତୁଳସି ଦେବୀ ଓ ପିତା ଲଖ୍ମ୍ନଣ ଚରଣ ସେନାପତି. ପିଲା ଦିନ ର ନାମ ଥିଲା ବ୍ରଜ ମୋହନ. ବୟସ ମାତ୍ର ୧ ବର୍ଷ ୫ ମାସ , ପିତାଙ୍କର ଦେହାନ୍ତ ହୁଏ. ଠିକ୍ ୧୪ ମାସ ପରେ ମାତ୍ରୁ ସ୍ନେହରୁ ମଧ୍ୟ ବଂଚିତ ହୁଅନ୍ତି ସେ. ବୁଢ଼ିମା, କୋଚିଳା ଦେବୀଙ୍କ ସ୍ନେହ ରେ ଲାଳିତ ପାଳିତ ହୁଅନ୍ତି ସେ. ବାଲ୍ୟାବସ୍ଥା ରେ ସେ ବହୁତ ରୁଗ୍ନ ଥିଲେ. ସେଥିପାଇଁ ତାଙ୍କ ବୁଢ଼ିମା ସର୍ବଦା ତାଙ୍କୁ ଫକିର ମାନଙ୍କ ପାଖକୁ ନେଇଜଉଥିଲେ. ସେହି ଫକିର ମାନଙ୍କୁ ଉତ୍ସର୍ଗ କରି ତାଙ୍କ ନାମ ଫକିର ମୋହନ ରଖିଥିଲେ.
ଫକିର ମୋହନଙ୍କର ପାଠାଶାଳା ଶିକ୍ଷ୍ୟା ଆରମ୍ଭ ହୁଏ ୯ ବର୍ଷ ବୟସ ରେ. ଅର୍ଥାଭାବ ରୁ ଚାଟଶାଳୀ ଶିକ୍ଷ୍ୟା ପରେ ତାଙ୍କର ଶିକ୍ଷ୍ୟାରେ ବ୍ୟାଘାତ ହୁଏ.ସେତେବେଳେ ବାଲେଶ୍ଵର ବନ୍ଦର ଓଡ଼ିଶା ଓ ଓଡ଼ିଶା ବାହରେ ଇୟୁରୋପ୍ ରେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲା. ବାଲେଶ୍ଵର ବନ୍ଦରରେ ସେ ପ୍ରଥମେ କାମ କରିବା ଆରମ୍ଭ କରନ୍ତି. ବାଲେଶ୍ଵର ବନ୍ଦର ବନ୍ଦ ହେବା ପରେ କିଛି ଦିନ ପାଇଁ "ନିମକ ମହଲ" ରେ ନିଯୁକ୍ତି ପାଆନ୍ତି. ତାପରେ ବାରବାଟୀ ସ୍କୁଲ୍ ରେ ପାଠ ପଢା ଆରମ୍ଭ କରନ୍ତି ଓ ସେଠାରେ ପ୍ରଥମ ଶ୍ରେଣି ରେ ଉତ୍ତୀର୍ଣ ହୁଅନ୍ତି. ଅର୍ଥାଭାବରୁ ପୁଣି ଥରେ ଶିକ୍ଷ୍ୟା ବାଧା ପ୍ରାପ୍ତ ହୁଏ. ବାଲେଶ୍ଵର ଜିଲ୍ଲା ସ୍କୁଲ୍ ରେ ଶିକ୍ଷକ ଭାବେ ମାସିକ ୨ ଟଂକା ୮ ଅଣା ରେ ନିଯୁକ୍ତି ପାଆନ୍ତି. ତାଙ୍କର ବିବାହ ଲିଳା ଦେବିଙ୍କ ସାଙ୍ଗରେ ୧୩ ବର୍ଷ ବୟସ ରେ ହୁଏ (୧୮୫୬ ମସିହା). ୧୮୬୪ ମସିହା ରେ ବାଲେଶ୍ଵର ମିସନ୍ ସ୍କୁଲ୍ ରେ ସେ ପ୍ରଧାନ ଶିକ୍ଷକ ଭାବେ କାର୍ୟ କରନ୍ତି. ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ୍ୟ ଓଡିଶାର ଆର୍ଥିକ ଓ ଭୌଗଳିକ ମେରୁଦଣ୍ଡ କୁ ଦୋହଲାଇ ଦିଏ. ଏହି ହ୍ରୁଦୟ ବିଦରକ କାହାଣୀରେ ସେ ଏକ ଅକୁହା କଣ୍ଢେଇ ପରି ରହି ଯାଆନ୍ତି. ୧୮୬୮ ମସିହା ରେ ବାଲେଶ୍ଵରରେ "ଉତ୍କଳ ପ୍ରେସ୍" ନାମରେ ଏକ ଛପାଖାନା ପ୍ରତିଷ୍ଥ୍ସା କରନ୍ତି. "ବୋଧଦାୟିନୀ ", "ନବସମ୍ବାଦ ", "ସମ୍ବାଦ ବାହୀକା " ଏମିତି ଅନେକ ପତ୍ରିକା ପ୍ରକାଶିତ କରନ୍ତି.ସ୍କୁଲ ରେ ଗଣିତ, ସାହିତ୍ୟ, ଇତିହାସ ବହି ର ଅଭାବ କୁ ପୁରଣ କରିବା ପାଇଁ ସେ ବହି ଲେଖନ୍ତି. ଏହାଛଡା ଓଡ଼ିଆ ବ୍ୟାକରଣ ବହି ମଧ୍ୟ ଲେଖନ୍ତି , ଯାହା ପାଠ୍ୟ କ୍ରମ ରେ ପ୍ରଣିତ ହୁଏ.୧୮୬୯ ଓ ୧୮୭୦ ରେ ସେ "ଭାରତ ବର୍ଷର ଇତିହାସ ଭାଗ-୧ , ଭାଗ-୨ ଏବଂ " ଅଙ୍କମାଳା ଭାଗ-୨" ପୁସ୍ତକ ଲେଖନ୍ତି. ଓଡ଼ିଶା ର ଦପ୍ତର ଓ ଶିକ୍ଷ୍ୟାନୁସ୍ଥାନ ଇତ୍ୟାଦି ରେ, ଓଡ଼ିଆ ଭାଷାକୁ ବଦଳାଇ ବଙ୍ଗାଳୀ ଭାଷାକୁ ମୁଖ୍ୟ ଭାଷା ର ପ୍ରାଧାନ୍ୟ ଦେବା ପାଇଁ , ବଙ୍ଗାଳୀମାନଙ୍କର କୁପ୍ରୟାସରେ ସେ ବ୍ୟଥିତ ହେଉଥିଲେ. ଓଡ଼ିଆ ଭାଷାକୁ ଏକ ଅଖଣ୍ଡ ଓ ଅନନ୍ୟ ପରିଚୟ ଦେବାଲାଗି , ସେ "ରାଜ ପୁତ୍ର ର ଇତିହାସ" ନାମକ ଏକ ପୁସ୍ତକ ରଚନା କରନ୍ତି. ସେତେବେଳ ର ଓଡିଶା କମିସନର୍ ରେଭେନ୍ସା ସହେବ୍ ଙ୍କର ସାହାୟ୍ୟ ରେ , ୧୮୭୦ ମସିହାରେ ଓଡ଼ିଆ ଭାଷାକୁ ଏକ ରାଜ୍ୟ ଭାଷା ଭାବେ ବଜାୟ ରଖିବାର ମାନ୍ୟତା ମିଳେ . ୧୮୭୧ ମସିହା ରେ , ଜନ୍ ବିମ୍ସ୍ ( ବାଲେଶ୍ଵର ଜିଲ୍ଲା ର ସେତେବେଳ ର କଲେକ୍ଟର୍ ) ତାଙ୍କୁ ନୀଳଗିରି ପ୍ରଗଣା ରେ ଦେଵାନ୍ ଭାବେ ମାସିକ ୧୦୦ ଟଂକାରେ ନିଯୁକ୍ତି ଦିଅନ୍ତି. ୧୮୯୬ ମସିହା ୟାଏ ସେ ଦାମପଦା, ଢ଼େଙ୍କାନାଳ, ଦଶପଲ୍ଲା ଠାରେ ସେ ଦେଵାନ୍ ଭାବେ ସେବା କରି ଚାଲନ୍ତି. ପ୍ରଶାସନିକ ଓ ନୈତିକ ଢାଞ୍ଚା ରେ ଅନେକ ପରିବର୍ତନ ଆଣନ୍ତି. ଦେଵାନ୍ ଭାବେ କାର୍ୟରତ ସମୟରେ ସେ ଅନେକ ଉପନ୍ୟାସ ଲେଖନ୍ତି. ୧୮୯୨ ରେ "ଉତ୍କଳ ବ୍ରାହ୍ମଣ" ନାମକ ଏକ ଉପନ୍ୟାସ ମାତ୍ର ୨ ଦିନ ମଧ୍ୟରେ ଲେଖନ୍ତି. ୧୮୯୪ ରେ ତାଙ୍କ ଦ୍ୟିତିୟ ପତ୍ନି କୃଷ୍ଣା କୁମାରୀ ଙ୍କ ମୃତ୍ୟୁ ପରେ "ଉପହାର" ନାମକ ଉପନ୍ୟାସ ଲେଖନ୍ତି. ୧୮୯୫ ରେ "ପୁସ୍ପମାଳା" ଏକ ଅନନ୍ୟ ଉପନ୍ୟାସ ରଚନା. ତାଙ୍କ ରଚିତ ଉପନ୍ୟାସ ମଧ୍ୟରେ " ଛଅ ମାଣ ଆଠ ଗୁଣ୍ଠ" ," ମାମୁଁ ", "ଲଛମା", "ପ୍ରାୟଶ୍ଚିତ" , " ପୁନ ମୁସିକ ଭବ" ଅନ୍ୟତମ. ଅବସର ପରେ କଟକ ସ୍ଥିତ ବାସ ଭବନ ରେ ସେ କିଛି କାବ୍ୟ ମାଳା ମଧ୍ୟ ରଚନା କରି ଥିଲେ, ଯାହା ମଧ୍ୟରେ "ବୌଧ ଅବତାର", "ପୁଜା ଫୁଲ", "ଧୁଳି" ଅନ୍ୟତମ.
[[ଶ୍ରେଣୀ:ପରଖିନେବେ ୨]]All content in the above text box is licensed under the Creative Commons Attribution-ShareAlike license Version 4 and was originally sourced from https://or.wiktionary.org/w/index.php?oldid=152335.
![]() ![]() This site is not affiliated with or endorsed in any way by the Wikimedia Foundation or any of its affiliates. In fact, we fucking despise them.
|