Difference between revisions 13424 and 13425 on orwikisource{{header | title = କଳା କଳେବର ଚଉତିଶା | author = ଭକ୍ତ ଚରଣ ଦାସ | translator = | section = | previous = | next = | year = | notes = }} <center><poem> କଳାକଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ, କରନ୍ତି ମଥୁରା ବିଜୟେ ଦାଣ୍ଡେ ଦେଖ ସଙ୍ଗାତ | ଖସି ପଡୁଛି କି ଆକାଶୁ କି ଏ ଗଙ୍ଗା ଯମୁନା, କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୂତନା | ଗହନ କାନନ ବନରେ ଘୋର ବରଷା କାଳ, ଗିରି ବାମ କରେ ଧଇଲେ ନନ୍ଦ ଯଶୋଦାବାଳ | ଘରେ ନ ରହନ୍ତି ଗଉଡେ ବଡ ଅଧମ ଜାତି, ଘେନି ବତ୍ସାବୃନ୍ଦ ବାଳକେ ବନେ ବୁଲନ୍ତି ନିତି | ଉଇଁ ଆସୁଛିକି ପୂର୍ଣ୍ଣିମା ଶଶି କ୍ଷୀର ସାଗରୁ, ଉଠ ମଧୁପୁର ଯୁବତୀ ଓଗାଳିବା ଆଗରୁ | ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ, ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ର ବଦନ | ଛନକା ପଶିଲା ଛାତିରେ ଜାତି କୁଳ ଉପେକ୍ଷି, ଛାଡିବେ ଜୀବନ ଯଶୋଦା ଗୋପେ କୃଷ୍ଣ ନ ଦେଖି | ଜହର ସଙ୍ଗରେ ମହୁରା ଆସି ହେଲା ନିୟତ, ଯୁବତୀ କୁଳକୁ ଦଇବ କଲା ଏ ଉତପାତ | ଝଡି ପଡୁଛି କି ଝୁଣ୍ଟିଆ ଝସକେତନ ଘାତେ, ଝାଳ ବିନ୍ଦୁ ବିନ୍ଦୁ ଶ୍ରୀମୁଖୁ ବହୁଅଛି ନିରତେ | ନୟନ ଉପରେ ଭ୍ରୂଲତା ଏ କି କାମ କମାଣ, ନୁହଁନ୍ତି ଏ ପୋଏ କାହାରି ସବୁ ଗୋପୀଙ୍କ ପ୍ରାଣ | ଟୋପି ଟୋପି କରି ଚନ୍ଦନ ମଣ୍ଡିଛନ୍ତି କି ସଜେ, ଟେକିବାରେ ଚାହାଁ ମଥୁରା ଦାଣ୍ଡେ ଗୋବିନ୍ଦ ବିଜେ | ଠାବେ ଠାବେ ଗୋଳ ଚହଳ ଶିଙ୍ଘା ବେଣୁ ବଇଁଶୀ, ଠିଆ ହୋଇ ଭକ୍ତ ଦାସ ତା ଦାଣ୍ଡେ ଦେଖନ୍ତି ଆସି | ଡାକନ୍ତି ଏକକୁ ଆରେକ ଆସ ଜୀବ ଜୀବନ, ଡୋଳାରେ ଏ ରୂପ ଦେଖିବା ବିଜେ ମଧୁସୂଦନ | ଢଳି ଢଳି କୃଷ୍ଣ ନାଚନ୍ତି ଭଙ୍ଗୀ ଦେଖ ମିତଣୀ, ଢାଳନ୍ତି କିରୂପେ ଡୋଳାକୁ କେଉଁ ଛଟକେ ଆଣି | ଅଳକାରେ ସରୁ କାଇଁଚ ମଣ୍ଡିଛନ୍ତି ରଙ୍ଗରେ, ଅଣହେଳା ପାଉଥିବେ ଗୋ ନନ୍ଦ ଗଉଡ ଘରେ | ତିଳକ ଉପରେ କସ୍ତୁରୀ ଗୋରଚନା ଖଞ୍ଜିଛି, ତେରେଛେଇଁ ଚାହିଁ ଦେବାରୁ ତରଳାଇ ଦେଉଛି | ଥକା ହୋଇ ଥୋକେ ରହିଲେ ଥୋକେ ଗଲେ ଗୋଡାଇ, ଥିର ମଦନ ସଂଘାତରେ କାମ ଦେଲା ଭୁଲାଇ | ଦୁଃଖୀ ଲୋକଙ୍କର ସଂଖାଳି ସେ ତ ଦରିଦ୍ର ଧନ, ଦହି ଦୁଧ ସର ଖିଆ ଗୋ ତେଣୁ ବଡ ଲାବଣ୍ୟ | ଧରଣୀ ମଣ୍ଡିଲା ପରାଏ ହୋଇଛନ୍ତି କି ଉଭା, ଧଳା କଳା ବେନି ଭାଇ ଗୋ ଦୁହେଁ ଦୁହିଁଙ୍କ ଶୋଭା | ନାସାବିନ୍ଧା ଅପତିଆଣୀ ସେ ଯେ ଯଶୋଦାସୁତ, ନକଲା ଦଇବ ନରେନ୍ଦ୍ର ଘରେ ଏ ପୁଅ ଜାତ | ପୁଅ ହୋଇ ଏଡେ ସୁନ୍ଦର ନାହିଁ କାହାର ଘରେ, ପାହିଲା କି ଯୋଗେ ରଜନୀ ଆଜି ମଧୁନଗରେ | ଫୁଲରେ ଏହାଙ୍କ ଶରଧା ଫୁଲେ ଦିଶନ୍ତି ତୋରା, ସ୍ଫୁରୁଛି ତ ବାମ ନୟନ ମୋତେ ଚାହିଁବେ ପରା | ବୁଦ୍ଧି ବଣା ହେଲା ଶୁଣିଣ ଅମୃତ ଜିଣା ବାଣୀ, ବସି କେତେ କାଳ ଗଡିଲା ତାକୁ କେଉଁ ବିନ୍ଧାଣି | ଭଜିବାକୁ ହେଲା ଭଜନ ମାଳା କଲା ଏ ରୂପ, ଭଜିବକି ଭକ୍ତ ଦାସ ତା କ୍ଷୟ କରିବ ପାପ | ମନ୍ଦ ବୁଦ୍ଧିକଲେ ନନ୍ଦ ଗୋ ସେ ତ ଆମ କରମ, ମିଛେ ନନ୍ଦ ପୁଅ ବୋଲନ୍ତି ମଥୁରାରେ ଜନମ | ଯଦୁକୁଳ ଚନ୍ଦ୍ର ବୋଲିବା ସେ ତ ଯଦୁବିହାରୀ, ଜାତି ଯଉବନ ଜୀବନ ସବୁ ନେଲା ଆମ୍ଭରି | ରାମକୃଷ୍ଣ ବେନି ଭାଇ ଗୋ ଦୁହେଁ ଦୁହିଁଙ୍କି ତୋରା, ରଙ୍ଗେ ନାଚି ଆସୁଥାନ୍ତି ଗୋ ଯେହ୍ନେ ଗଗନ ତାରା | ଲାଜ ଭୟ ତେଜି କରିଲେ କୃଷ୍ଣ ସଙ୍ଗେ ପୀରତି, ଲାଭ ହେଉଥିବ ଆମ୍ଭର ହସୁଥିବା ଗୋ ନିତି | ବଳିଣ ଦିଶେ କି ମଳିନ ବାହୁ ଶ୍ରୀଭୁଜ ସ୍ଥଳ, ବିନ୍ଧୁଛି କି ଝସ କେତନ ମିଶି ହେଲା ତରଳ | ଶ୍ରୀମନ୍ତ ବଢାଇ ଏ ପୁଅ ଲକ୍ଷ୍ମୀ ଏହାଙ୍କ ଦାସୀ, ଶ୍ରୀମୁଖ ଏ ପରା ଦିଶୁଛି କିବା ପୂର୍ଣ୍ଣିମା ଶଶୀ | ସରଲବଣୀ ଗୋଟିକା ଯେ ଖାଇ ନନ୍ଦର ବତ୍ସି, ସବୁ ଗୋପୀଙ୍କ ମନକୁ ବଂଶୀସ୍ଵନେ ମୋହିଛି | ସଧୀରେ ପବନ ବହଇ ସରୁ କଟି ମେଖଳା, ଶିବ ଡମ୍ବରୁ କି କୈଳାସୁ ଶ୍ୟାମ ବଦନ କଳା | ହେଲେ ହେବୁ ପଛେ କୁଳଟା ହାର କରିବୁ ଗଳେ, ହସୁଥିବୁ ତାର ସଙ୍ଗତେ ବସିଥିବୁ ଗୋ କୋଳେ | ଛାଡି ଲଜ୍ଜାଭୟ ତା ରୂପ ଦରପଣେ ମାଜିବା, ଛାର ଭକ୍ତ ଦାସ କହେ ତା ଧ୍ୟାୟୀ ରଜନୀ ଦିବା | </poem> </center> All content in the above text box is licensed under the Creative Commons Attribution-ShareAlike license Version 4 and was originally sourced from https://or.wikisource.org/w/index.php?diff=prev&oldid=13425.
![]() ![]() This site is not affiliated with or endorsed in any way by the Wikimedia Foundation or any of its affiliates. In fact, we fucking despise them.
|